ବୟନଶିଳ୍ପ ନିର୍ଦ୍ଦେଶାଳୟ ବିଜ୍ଞାପନ, ଓଡ଼ିଶା ଭୁବନେଶ୍ୱର -୭୫୧୦୦୭

 ବୟନଶିଳ୍ପ ନିର୍ଦ୍ଦେଶାଳୟ ନାମ ଲେଖା ବିଜ୍ଞାପନ - ଭାରତୀୟ ହସ୍ତତନ୍ତ୍ର ବୈଷୟିକ ପ୍ରତିଷ୍ଠାନ, ବରଗଡ଼ (Indian Institute Of Handloom Technology, Bargarh) ଦ୍ଵାରା ପରିଚାଳିତ ତିନିବର୍ଷିଆ ହସ୍ତତନ୍ତ୍ର ଓ ବୟନଶିଳ୍ପ ଡିପ୍ଲୋମା ପାଠ୍ୟକ୍ରମ ୨୦୨୪-୨୫ ବର୍ଷ ପାଇଁ ରାଜ୍ଯ ନିମିତ୍ତ ଉଦ୍ଦିଷ୍ଟ ୨୨ ଗୋଟି ସ୍ଥାନ ପ୍ରଥମ ବର୍ଷରେ ପ୍ରବେଶ ଏବଂ ୦୪ ଗୋଟି ସ୍ଥାନ ୨ ୟ ବର୍ଷରେ (Lateral Entry) ପାଇଁ କେବଳ ଓଡ଼ିଶାର ଆଗ୍ରହୀ ପ୍ରାର୍ଥୀ/ ପ୍ରାର୍ଥୀନୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଅଛି ।






🔴 ପାଠ୍ୟକ୍ରମ ବର୍ଷ, ପ୍ରଥମ ବର୍ଷରେ ପ୍ରବେଶ ନିମନ୍ତେ 


⚫ For UR = 9 Posts


⚫ For SC = 3 Posts


⚫ For ST = 4 Posts


⚫ For WC = 4+ Posts 


⚫  For EWS = 2 Posts


⚫ Total = 22 Posts


🔴 ପାଠ୍ୟକ୍ରମ ବର୍ଷ, ୨ୟ ବର୍ଷରେ ପ୍ରବେଶ ନିମନ୍ତେ (Lateral Entry)


⚫ For ST = 2 Posts


⚫ For EWS = 2 Posts 


⚫ Total = 4 Posts 



🔴 ବୁଣାକାର ସମ୍ପ୍ରଦାୟର ପ୍ରାର୍ଥୀ/ ପ୍ରାର୍ଥୀନୀ ମାନଙ୍କ ପାଇଁ ସର୍ବନିମ୍ନ 20% ଭାଗ ସଂରକ୍ଷଣ ବ୍ୟବସ୍ଥା ରହିଅଛି ।


🔴 ସଂରକ୍ଷିତ ସ୍ଥାନ ପାଇଁ ଉପଯୁକ୍ତ ପ୍ରାର୍ଥୀ / ପ୍ରାର୍ଥୀନୀ ନ ମିଳିଲେ ଉକ୍ତ ଖାଲି ସ୍ଥାନ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ମଧ୍ୟରୁ ପୂରଣ କରାଯିବ ।



ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା: 


୧. ପ୍ରଥମ ବର୍ଷରେ ପ୍ରବେଶ ନିମିତ୍ତ ପ୍ରାର୍ଥୀ/ ପ୍ରାର୍ଥୀନୀ ୧୦ମ (10th) କିମ୍ବା ତତ୍ତୁଲ୍ୟ ପରୀକ୍ଷାରେ ଇଂରାଜୀ ଏକ ବିଷୟ ଥାଇ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । 


୨. ୨ୟ ବର୍ଷ (Lateral Entry) ରେ ପ୍ରବେଶ ନିମିତ୍ତ ପ୍ରାର୍ଥୀ / ପ୍ରାର୍ଥୀନୀ ଦ୍ଵାଦଶ (+2) ପରୀକ୍ଷାରେ ଗଣିତ, ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ ବିଷୟ ଥାଇ କିମ୍ବା ଧନ୍ଦାମୂଳକ ପାଠ୍ୟକ୍ରମ (ବୟନ) ରେ ଦ୍ଵାଦଶ (+2) ସହ I.T.I ( ୨ ବର୍ଷିଆ ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।



ବୟସସୀମା:


ପ୍ରଥମ ବର୍ଷରେ ପ୍ରବେଶ ପାଇଁ ତା:- ୧୬/୦୭/୨୦୨୪ ରିଖ ସୁଦ୍ଧା ଅଣସଂରକ୍ଷିତ / ବୁଣାକାର ସମ୍ପ୍ରଦାୟ / ଆର୍ଥିକ ଦୁର୍ବଳ ଶ୍ରେଣୀ ପ୍ରାର୍ଥୀ / ପ୍ରାର୍ଥୀନୀଙ୍କ ବାୟସସୀମା ୧୫ ରୁ  ୨୩ ବର୍ଷ ମଧ୍ୟରେ ଏବଂ ତଫସିଲ ଭୁକ୍ତ ଉପଜାତି ବର୍ଗର ପ୍ରାର୍ଥୀ / ପ୍ରାର୍ଥୀନୀଙ୍କ ବାୟସସୀମା ୧୫ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । 


ଦ୍ଵିତୀୟ (୨ୟ) ବର୍ଷ (Lateral Entry) ରେ ପ୍ରବେଶ ପାଇଁ ତା:- ୧୬/୦୭/୨୦୨୪ ରିଖ ସୁଦ୍ଧା ଅଣସଂରକ୍ଷିତ / ବୁଣାକାର ସମ୍ପ୍ରଦାୟ / ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରାର୍ଥୀ/ ପ୍ରାର୍ଥୀନୀଙ୍କ ବୟସସୀମା ୧୭ ରୁ ୨୫ ବର୍ଷ ମଧ୍ୟରେ ଏବଂ ତପସିଲଭୁକ୍ତ ଜାତି ଓ ତପସିଲଭୁକ୍ତ ଉପଜାତି ବର୍ଗର ପ୍ରାର୍ଥୀ/ ପ୍ରାର୍ଥୀନୀଙ୍କ ବୟସସୀମା ୧୭ ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।


ଉପରୋକ୍ତ ଯୋଗ୍ୟତା ଥିବା ଆଗ୍ରହୀ ପ୍ରାର୍ଥୀ / ପ୍ରାର୍ଥୀନୀ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ । ସଂପୂର୍ଣ୍ଣ ଭାବେ ପୂରଣ ହୋଇଥିବା ଆବେଦନପତ୍ରର ମୁଦା ଲଫାପା ଉପରେ “ APPLICATION FOR ADMISSION IN IIHT, BARGARH -2024” ଲେଖା ଥାଇ ତା:- ୦୩/୦୬/୨୦୨୪ ରିଖ ୫:୦୦ PM ସୁଦ୍ଧା ବୟନଶିଳ୍ପ ନିର୍ଦ୍ଦେଶାଳୟ ଓଡ଼ିଶା, ସତ୍ୟନଗର, ଭୁବନେଶ୍ୱର -୭୫୧୦୦୭ ରେ ପହଞ୍ଚିବା ଆବଶ୍ୟକ । 



IMPORTANT LINKS


APPLY FORM - CLICK HERE


OFFICIAL WEBSITE -CLICK HERE



Post a Comment

0 Comments