ଖବର ଆଜିର, ୬ ସେପ୍ଟେମ୍ବର, ଶୁକ୍ରବାର

 ଖବର ଆଜିର, ୬ ସେପ୍ଟେମ୍ବର, ଶୁକ୍ରବାର

ଖବର ଆଜିର, ୬ ସେପ୍ଟେମ୍ବର, ଶୁକ୍ରବାର


ପାଣିପାଗ: ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସତର୍କତା

ଓଡ଼ିଶା ହାଇକୋର୍ଟରେ ଜେଲ ସଂସ୍କାର ମାମଲା: ଆଇଜିଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ପୁରୀ: ମହାପ୍ରଭୁଙ୍କ ଜମିର ବେଆଇନ ଦଖଲକାରୀଙ୍କୁ ବିକ୍ରି ହେବ ମହାପ୍ରଭୁଙ୍କ ଜମି। ଜବରଦଖଲ ହଟାଇବାକୁ ପ୍ରଶାସନ ରାଜି ନୁହେଁ

ଓଡ଼ିଶାର ୨ ଜଣଙ୍କ ସମେତ ମୋଟ ୫୦ ଜଣଙ୍କୁ ରାଷ୍ଟ୍ରପତି ଦେଲେ ଜାତୀୟ ଶିକ୍ଷକ ପୁରସ୍କାର

 ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମାଧୋ ସିଂହ ଯୋଜନାରେ ବର୍ଷକୁ ୫ ହଜାର ଟଙ୍କାର ହାତଖର୍ଚ୍ଚ ଦେବେ ରାଜ୍ୟ ସରକାର: ମନ୍ତ୍ରୀ

ସୁଭଦ୍ରା ଯୋଜନାରେ ଟଙ୍କା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିରୁ ରାତି ୯ ପର୍ଯ୍ୟନ୍ତ ଲୋକଙ୍କ  ଲାଇନ, ମହିଳା ମାନେ ଛୋଟ ପିଲାଙ୍କୁ ନେଇ  ଭୋକଶୋଷରେ ଲାଇନରେ ଠିଆ

ସୁଭଦ୍ରା ପାଇଁ ଭିଡ଼ ଜମାନ୍ତୁ ନାହିଁ, ୧୭ ପରେ ଆବେଦନ କଲେ ବି ମହିଳାଙ୍କୁ ଟଙ୍କା ମିଳିବ: ଉପମୁଖ୍ୟମନ୍ତ୍ରୀ

ବିଶେଷଜ୍ଞ: ବାର୍ଡ ଫ୍ଲୁର ମୂଳ କାରଣ କୁକୁଡ଼ା ନୁହେଁ ! ଜଙ୍ଗଲୀ ପଶୁପକ୍ଷୀ କିମ୍ଵା ପରିବ୍ରାଜକ ପକ୍ଷୀ ଠାରୁ ଆସିଥାଇପାରେ ଭାଇରସ୍

କଟକରେ ସ୍ମାର୍ଟ ବସ୍‌: ଡ୍ରାଇଭର୍‌ ମଦ ପିଇଥିଲେ ଗାଡ଼ି ହେବନି ଷ୍ଟାର୍ଟ, ଅସଦାଚରଣ ରୋକିବାକୁ ‘ଆଲର୍ଟ ବଟନ୍‌’

ଡେଣ୍ଟାଲ୍‌ ସର୍ଜନ୍‌ ନିଯୁକ୍ତି ମାମଲା: ୧୧ ଜଣ ଡାକ୍ତରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଓପିଏସ୍‌ସି

ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଗାଇଡ୍‌ଲାଇନ୍‌: ନଦୀରେ ପକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଅସ୍ଥାୟୀ ପୋଖରୀ ପକାଇବାକୁ ପରାମର୍ଶ

କଟକ ବାଲିଯାତ୍ରା: ଏଥର ସରଳ ହେବ ପ୍ଲଟ୍‌ ଆବଣ୍ଟନ, ଆଇଟି ଏବଂ ଇଲେକ୍‌ଟ୍ରୋନିକ୍‌ ଷ୍ଟଲ୍‌ ପାଇଁ ସ୍ୱତନ୍ତ୍ର କର୍ଣ୍ଣର

ହିମାଳୟର ୧୪ ହଜାର ଫୁଟ୍‌ ଉପରେ ଜାତୀୟ ପତାକା ଉଡ଼ାଇଲେ ଓଡ଼ିଆ ପୁଅ ଅଜିତ ପାଢ଼ୀ, ଝାରସୁଗୁଡା

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କରୁ ୧୬ କୋଟି ୭୧ ଲକ୍ଷ ଟଙ୍କାର ଲୋନ ଘଟଣାରେ ଭୁବନେଶ୍ଵର, ଖଣ୍ଡପଡ଼ା, ବଡ଼ମ୍ଵା ଏବଂ କାକଟପୁରରୁ ୬ ଜଣଙ୍କୁ ଗିରଫ

ମୟୁରଭଞ୍ଜ: ରାଇରଙ୍ଗପୁରରେ ଅଭିଯୋଗ, ଟଙ୍କା ନଦେଲେ ଶବ ବ୍ୟବଚ୍ଛେଦ କରୁନାହଁନ୍ତି ହସ୍ପିଟାଲର କର୍ମଚାରୀ!

କନ୍ଧମାଳ: ଫିରିଙ୍ଗିଆ ଜଙ୍ଗଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘଟଣାସ୍ଥଳରୁ ବ୍ୟାଗ ଓ ମୋବାଇଲ ଜବତ

ବାଲେଶ୍ବର: ସିମୁଳିଆ ଭଗିଆ ଛକରେ ବେଆଇନ ମଦ ନେଇ ଆସୁଥିବା ଏକ ସ୍କୋର୍ପିଓ (ଓଆର ୦୨ବିିପିଓ ୦୧୦୦)କୁ ସ୍ଥାନୀୟ ଲୋକେ ଜାଳି ଦେଲେ

ଭୁବନେଶ୍ୱର: ହୋଟେଲରେ ରହି ପାଖ ବାଥରୁମରେ ଭିଡ଼ିଓ ରେକର୍ଡ଼ିଂଗ କରି ଯୁବକ ଚନ୍ଦ୍ରଶେଖରନ ଗିରଫ

ଯାଜପୁର: ଧର୍ମଶାଳା ରଥିଆ ଗାଁ ନାଳରୁ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତକ ହେଉଛନ୍ତି ଅଭୟପୁର ଗ୍ରାମର ରୁଦ୍ରପ୍ରସାଦ

ସମ୍ବଲପୁର: ଦୁର୍ଗାପାଲି ଅଞ୍ଚଳରେ ପୂଜା ଚାନ୍ଦା ଦେବାକୁ ମନା କରିବାରୁ ଘରେ ନିଆଁ ଲଗାଇଦେଲେ ପୂଜା କମିଟି

 ନବରଙ୍ଗପୁର: କୋଷାଗୁମୁଡା ଥାନା ଛେଳିପଦର ଗାଁରେ କୂଅରେ ପଡି ଦୁଇ ନାବାଳିକାଙ୍କ ମୃତ୍ୟୁ

କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି । ଘଟଣାସ୍ଥଳରେ ଅଲିଶା ବଜାରର ଜୟକୃଷ୍ଣ ଦାସ ଓ ପୁଅଙ୍କର ମୃତ୍ୟୁ

ମୟୂରଭଂଜ: ବୈଶିଙ୍ଗା ପୁଲିସ ବିଭିନ୍ନ ଅଞ୍ଚଳରୁ ନିଖୋଜ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି

କ୍ରିକେଟ: ଦୁଲୀପ ଟ୍ରଫି ୨୦୨୪, ସମୁଦାୟ ୬୦ ଖେଳାଳିଙ୍କ ମଧ୍ୟରେ ନାହାନ୍ତି କେହି ଓଡ଼ିଆ

ମୁମ୍ବାଇ: ନିର୍ମାଣାଧୀନ ବିଲ୍ଡିଂର ଖସିଲା ସ୍ଲାବ୍‌ ; ୨୦ ମହଲାରୁ ତଳକୁ ଖସି ପଡ଼ିଲେ ୬ ଶ୍ରମିକ, ୪ମୃତ

ସିକ୍କିମରେ ୩ ଶହ ଫୁଟ ଖାଲକୁ ଖସିଲା ସେନା ଗାଡି, ୪ ଯବାନ ସହିଦ୍

ଆମେରିକା: ଜର୍ଜିଆର ହାଇସ୍କୁଲରେ ସାଥୀ ଛାତ୍ରଙ୍କ ଗୁଳିମାଡ଼ରେ ଦୁଇ ଛାତ୍ରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ, ୯ ଜଣ ଆହତ 

କାନାଡା: ସଙ୍କଟରେ ଟ୍ରୁଡୋ ସରକାର, ସମର୍ଥନ ପ୍ରତ୍ୟହାର କଲା ଖାଲିସ୍ଥାନୀ ସମର୍ଥକ ଏନ୍‌ଡିପି ଦଳ ଆଜି ହରତାଲିକା ତୀଜ (ଉତ୍ତର ଭାରତ)

ଆଜି ଜନ୍ମଦିନ: ଶରତ ଚନ୍ଦ୍ର ବୋଷ, ୟଶ ଜୋହର, ରାକେଶ ରୋଶନ

ଇତିହାସରେ ଆଜି: (୧୭୧୬) ବୋଷ୍ଟନରେ ପ୍ରଥମ ବତୀଘର ତିଆରି/ (୧୮୧୩) ନେପୋଲିଅନ ପୁଣିଥରେ ଋଷିଆ ଠାରୁ ପରାସ୍ତ/ (୧୯୬୯) ସ୍ୱାଜିଲାଣ୍ଡ ଦେଶ ସ୍ୱାଧୀନ

=======================********************=======================

Tags

Post a Comment

0 Comments