ସକାଳର ଖବର, ୧୩-ସେପ୍ଟେମ୍ବର-୨୦୨୪, ଶୁକ୍ରବାର

 

ସକାଳର ଖବର, ୧୩-ସେପ୍ଟେମ୍ବର-୨୦୨୪, ଶୁକ୍ରବାର

ସକାଳର ଖବର, ୧୩-ସେପ୍ଟେମ୍ବର-୨୦୨୪, ଶୁକ୍ରବାର

➡୧-ଆସନ୍ତା ୧୮ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ । କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ । ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।


➡୨-ଅକ୍ଟୋବର ୨୭ରେ ହେବ ଓଏଏସ ପ୍ରିଲିମିନାରୀ ପରୀକ୍ଷା। ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଓପିଏସସି । ପରୀକ୍ଷାର୍ଥୀ http://opsc.gov.in ରେ ଲଗ୍ ଅନ୍ କରି ସବିଶେଷ ତଥ୍ୟ ପାଇପାରିବେ l


➡୩-ଆସିଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଚାକିରି ସରିବା ପରେ ବି ଚାକିରି କରିପାରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ପୁନଃ ନିଯୁକ୍ତି ପାଇଁ ମୋହନ ସରକାର ଆଣିବେ ନୂଆ ଗାଇଡଲାଇନ ।


➡୪-ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ ପାଇଁ ଉତ୍ସାହ ବଢିଚାଲିଛି, ସମଗ୍ର ରାଜ୍ୟରେ ଗତକାଲି ସୁଦ୍ଧା ୪୫ ଲକ୍ଷ ଫର୍ମ ହେଲାଣି ପଞ୍ଜୀକରଣ l


➡୫-ପୁରୀ ଶ୍ରୀମନ୍ଦିର ରୋଷଶାଳାରେ ମାଟି କୁଡୁଆର ଅଭାବ ଯୋଗୁ ବାଧ୍ୟ ହୋଇ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏହାକୁ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରକାଶ ପାଇଲା ଉଦବେଗ l


➡୬-କଟକ ସହରର ରାସ୍ତା ଅବସ୍ଥା ନେଇ କଡା ତାଗିଦ କଲେ ହାଇକୋର୍ଟ, ତୁରନ୍ତ ମରାମତି ସହ ଆଲୋକୀକରଣ କାମ ସାରିବାକୁ ଦେଲେ ନିର୍ଦ୍ଦେଶ l


➡୭-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ମାଲକାନଗିରି ଜିଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ କଲେ ଅନୁଧ୍ୟାନ l ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରେରଣ କରିବାକୁ ଦେଲେ ନିର୍ଦେଶ l


➡୮-ଆସନ୍ତା ୧୮ ତାରିଖରେ ଯାଞ୍ଚ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର l ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସଆଇ l


➡୯-ଏଣିକି ୟୁଟ୍ୟୁବ୍‌ରେ ଭିଡିଓ ପଜ୍ କଲେ ବାଜିବ ବିଜ୍ଞାପନ l ତେବେ କେବଳ ସ୍ମାର୍ଟ ଟିଭିରେ ଏହି ଫିଚର ଜାରି ହେବ।  ଖୁବଶୀଘ୍ର ଏହି ଫିଚର ଲାଗୁ ହେବାକୁ ଯାଉଛି। 


➡୧୦-ପ୍ରଭାସଙ୍କ ‘ବାହୁବଳୀ’କୁ କଡ଼ା ଟକ୍କର ଦେବ JR NTRଙ୍କ ‘ଦେବରା’! କରଣ ଜୋହର କଲେ ଭବିଷ୍ୟବାଣୀ l ଚଳଚିତ୍ର ଟି ସେପ୍ଟେମ୍ବର ୨୭ ତାରିଖ ରେ ପରଦାରେ ମୁକ୍ତିଲାଭ କରିବ l


➡୧୧-ପୁଣି ଆସୁଛି ବଡ ବର୍ଷା, ଆଜି ଠାରୁ ୧୬ ତାରିଖ ଯାଏଁ ବର୍ଷା ସମ୍ଭାବନା, ବର୍ଷା ନେଇ କଳାହାଣ୍ଡି ଜିଲାକୁ ଅରେଞ୍ଜ ଆଲର୍ଟ ହେଲା ଜାରି,୧୪ ଜିଲାକୁ ୟେଲୋ ଆଲର୍ଟ l


➡୧୨-ଚା ଦୋକାନୀଙ୍କ ପାଇଁ ଆସିଲା ନୂଆ ନିୟମ। ଭୁବନେଶ୍ୱରରେ ଏଣିକି ୟୁଜ୍‌ ଆଣ୍ଡ୍‌ ଥ୍ରୋ କପ୍‌ରେ ଚା ବିକ୍ରି ହେଲା ମନା। ଏନେଇ ନିର୍ଦ୍ଦେଶନାମା ଜାରି କଲା ବିଏମ୍‌ସି l


➡୧୩-ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର ମୁମ୍ବାଇର ଏକ ହସ୍ପିଟାଲରେ ହେଲା ସଫଳ ଆଞ୍ଜିଓପ୍ଲାଷ୍ଟି l ନିକଟ ଅତୀତରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। 


➡୧୪-ଭାରତର 'ସିକ୍ରେଟ୍ ମିସାଇଲ'ର ସଫଳ ପରୀକ୍ଷଣ, ଏକ ସେକେଣ୍ଡରେ ଦେଢ କିଲୋମିଟର ସ୍ପିଡ୍‌ରେ କରିବ ଆକ୍ରମଣ l ଏହି ମିସାଇଲ ସବୁଠୁ ବଡ଼ ଗୁଣ ହେଉଛି ଏହା ୩୬୦ ଡିଗ୍ରି ବୁଲି ନିଜ ଶତ୍ରୁକୁ ଧ୍ୱଂସ କରିପାରିବ । 


➡୧୫-SpaceX ପୋଲାରିସ୍ ଡନ ମିଶନ କଲା ନୂଆ କୀର୍ତ୍ତିମାନ ସ୍ଥାପନ । ପ୍ରଥମ ଥର ପୃଥିବୀରୁ ୭୩୭ କିଲୋମିଟର ଉପରେ ମହାକାଶରେ ସାଧାରଣ ଲୋକ କଲେ ସ୍ପେସ୍‌ୱାକ୍ । ଆପୋଲୋ ମିଶନର ୫୦ ବର୍ଷ ପରେ ଏପରି କରି ରଚିଲା ଇତିହାସ l


➡୧୬-ଆସନ୍ତା‌ ମାସରେ ରୁଷ୍‌‌ରେ ହେବ ବ୍ରିକ୍ସ ସମ୍ମିଳନୀ l ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଏକ ପୃଥକ୍‌ ଦ୍ବିପାକ୍ଷିକ ବୈଠକ ପାଇଁ କଲେ ନିମନ୍ତ୍ରଣ l ପୁଟିନ ମୋଦୀଙ୍କୁ, ‘ଆମର  ସବୁଠାରୁ ଭଲ ବନ୍ଧୁ’ ବୋଲି କହିଲେ ।


➡୧୭-ପ୍ୟାରିସ୍ ପାରାଲିମ୍ପିକ୍ସରେ ଇତିହାସ ରଚିଥିବା ପାରାଆଥ୍‌ଲେଟ୍‌ମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l


➡୧୮-ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଦୁଲିପ୍ ଟ୍ରଫିରେ କଲେ ଧୂଆଁଧାର ଶତକ ହାସଲ l ଇଣ୍ଡିଆ-ସି ପାଇଁ ଖେଳୁଥିବା ଇଶାନ କିଷାନ ୧୨୬ ବଲରେ ୧୧୧ ରନର ଖେଳିଲେ ଚମତ୍କାର ଇନିଂସ l


➡୧୯-ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ କଲା ଦଳ ଘୋଷଣା l ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇରେ ଖେଳାଯିବ । 


➡୨୦-କଂଗ୍ରେସ ଟିକେଟରେ ହରିୟାଣାର ଜୁଲାନାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବିନେଶ ଫୋଗାଟ l କହିଲେ ‘ଏବେ ମୋତେ କେବଳ ରାଜନୀତି ମହଲରେ ରହିବାକୁ ଅଛି। କୁସ୍ତିକୁ ଫେରିବା ସମ୍ଭବ ନୁହେଁ।’


Tags

Post a Comment

0 Comments