ସକାଳର ଖବର, ୦୬-ସେପ୍ଟେମ୍ବର-୨୦୨୪, ଶୁକ୍ରବାର
➡️୧-ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ନେଲେ ନିଷ୍ପତ୍ତି l ମଡେଲ୍ ସ୍କୁଲ୍ ଗୁଡ଼ିକର ନାଁ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୫୦୦ଟି ସ୍କୁଲ ହେବ ବିକଶିତ ।
➡️୨-ସ୍ୱାସ୍ଥ୍ୟ ଓ ଔଷଧ, ଶିକ୍ଷା ଓ ଦକ୍ଷତା ବିକାଶ, ଡିଜିଟାଲ ଟେକ୍ନୋଲୋଜି ଏବଂ ଭାରତ-ସିଙ୍ଗାପୁର ସେମିକଣ୍ଡକ୍ଟର ଇକୋସିଷ୍ଟମ ସହଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୪ଟି ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ l
➡️୩-ଗୁରୁ ଦିବସରେ ‘ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୪’ ପ୍ରଦାନ କଲେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଦେଶର ଶ୍ରେଷ୍ଠ ୫୦ ଜଣ ଶିକ୍ଷକ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ହେଲେ ସମ୍ମାନିତ l ଓଡ଼ିଶାର ଡ. ଦ୍ୱିତୀ ଚନ୍ଦ୍ର ସାହୁ ଏବଂ ସନ୍ତୋଷ କୁମାର କରଙ୍କୁ ମିଳିଲା ‘ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର l
➡️୪-ଆସନ୍ତା ୮ତାରିଖରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେଠାରେ ‘ସିଏମ୍ କିଷାନ ଯୋଜନା’ର କରିବେ ଶୁଭାରମ୍ଭ l
➡️୫-ଆସନ୍ତା ୧୦ ତାରିଖରେ ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ନୂଆଁଖାଇ ପାଇଁ ସ୍ଥାନୀୟ ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ଆର୍ଡିସି l
➡️୬-ଏଣିକି ଆଧାରରେ ମୋବାଇଲ୍ ଲିଙ୍କ ଜରୁରୀ ନୁହେଁ। ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ୩ ଜିଲ୍ଲାରେ ଏହି ନିଷ୍ପତ୍ତି ଘୋଷଣା କଲେ ଜିଲ୍ଲାପାଳ। ଆଧାର ବାୟୋମେଟ୍ରିକ ଦ୍ଵାରା ଚିହ୍ନଟ ଗ୍ରହଣ ହେବ।
➡️୭-୨୦୨୪-୨୫ ପାଇଁ ରାଷ୍ଟ୍ରୀୟ ସାଧନ ଓ ଯୋଗ୍ୟତା ଛାତ୍ରବୃତ୍ତି ଯୋଜନା ପାଇଁ ମନୋନୀତ ମେଧାବୀ ଛାତ୍ରଛାତ୍ରୀମାନେ ଆବେଦନ କରିବାର ଶେଷ ତାରିଖକୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ କରାଗଲା ବୃଦ୍ଧି l
➡️୮-ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ l ବିଭାଗର ଖାଲିଥିବା ପ୍ରାୟ ୨୦୦୦ଟି ପଦବୀ ଡିସେମ୍ବର ୨୦୨୪ ସୁଦ୍ଧା ପୂରଣ ହେବ, ବାକି ସମସ୍ତ ଖାଲି ପଦବୀ ପୂରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଦେଲେ ନିର୍ଦେଶ l
➡️୯-ସୁଭଦ୍ରା ପାଇଁ ମହିଳାଙ୍କ ମଧ୍ୟରେ ଜୋରଦାର ଉତ୍ସାହ । ଆବେଦନ କରିବା ପାଇଁ ଚାଲିଛି ସବୁଠି ଗହଳି l ଆଧାର ଅପଡେଟ୍ ପାଇଁ ଲମ୍ବା ଲାଇନ୍, ଜନସେବା କେନ୍ଦ୍ର-ଡାକଘର ଆଗରେ ହାଉଜାଉ ଭିଡ l
➡️୧୦-ଏଣିକି ଓଡ଼ିଶାରେ ଚାଲିବ ସ୍ମାର୍ଟ ବସ୍। ଅତ୍ୟାଧୁନିକ ଜ୍ଞାନକୈଶଳ ସହ ଏହି ବସ୍ରେ ରହିଛି ଅନେକ ସୁବିଧା। ଡ୍ରାଇଭର ମଦ ପିଇ ଏହି ବସ୍ ଚଲେଇବାକୁ ଚେଷ୍ଟା କଲେ ଅଟୋମେଟିକ ହୋଇଯିବ ଷ୍ଟାର୍ଟ ବନ୍ଦ୍ l କଟକକୁ ଆସିଛି ଏହି ନୂଆ ଭଲଭୋ ସ୍ମାର୍ଟ ବସ୍। ଆଉ କିଛି ଦିନ ପରେ ରାସ୍ତାରେ ଗଡ଼ିବ ଏହି ବସ୍।
➡️୧୧-ପଶ୍ଚିମ ଓଡ଼ିଶାରୁ ଭାସିଆସୁଛି ମାଟିର ମହକ ; ମହିଳା କଲେଣି ନୂଆଁଖାଇ ପ୍ରସ୍ତୁତି, ନୂଆ ଧାନ, ନୂଆ ବସ୍ତ୍ର କିଣିବାକୁ ବଜାରରେ ଲାଗିଲା ପ୍ରବଳ ଭିଡ଼ l ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ। ନୂଆଁଖାଇକୁ ନେଇ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ।
➡️୧୨-ବଉଳା କୁମ୍ଭୀର ମାନଙ୍କ ଭୂସ୍ବର୍ଗ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିଶ୍ବର ସର୍ବପ୍ରଥମ କୃତ୍ରିମ ପ୍ରଜନନ କେନ୍ଦ୍ରରେ ପ୍ରଥମଦିନରେ ୨୫ କୁମ୍ଭୀର ଶାବକ ନେଲେ ଜନ୍ମ l ୭୫ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବା ହୋଇଛି ଆରମ୍ଭ l
➡️୧୩-ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ମାଗଣା ଶିକ୍ଷା ଦେବାକୁ କଲା ଘୋଷଣା l କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଅଧିବେଶନ ଚଳିତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବ।
➡️୧୪-ପ୍ରକାଶ ପାଇଲା ଫର୍ଚୁନ୍ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ଟିକସ ଦେଇଥିବା ସେଲିବ୍ରିଟିଙ୍କ ତାଲିକା l ଅଭିନେତା ତାଲିକାରେ ଶାହାରୁଖ ଖାନ ଦେଶର ସର୍ବୋଚ୍ଚ ଟିକସ ପ୍ରଦାନ କରୁଥିବା ସେଲିବ୍ରିଟି ହୋଇଛନ୍ତି। ଏଥି ସହ ଅଭିନେତ୍ରୀ ତାଲିକାରେ କରୀନା କପୁର ଖାନଙ୍କ ନାମ ଶୀର୍ଷରେ ରହିଛି।
➡️୧୫-ସିଙ୍ଗାପୁରରେ ବିଜନେସ୍ ଲିଡର୍ସ ସମିଟ୍ଙ୍କୁ ସମ୍ୱୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l କହିଲେ-ସୁଯୋଗ ଛାଡ଼ନ୍ତୁ ନାହିଁ, ଭାରତକୁ ଆସନ୍ତୁ l ଆପଣମାନଙ୍କୁ ବିମାନ ବନ୍ଦରର ବିକାଶରେ ନିବେଶ ପାଇଁ ଭାରତ ଆସିବା ଦରକାର ।'
➡️୧୬-ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ l
➡️୧୭-ୟୁକ୍ରେନ ସହ ଆଲୋଚନା ପାଇଁ ଋଷ୍ ପ୍ରସ୍ତୁତ । ଜେଲେନସ୍କି ସହ ଶାନ୍ତି କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଲେ ପୁଟିନ୍ । ସମ୍ଭାବ୍ୟ ଶାନ୍ତି କଥାବାର୍ତ୍ତାରେ ମଧ୍ୟସ୍ଥତା ପାଇଁ ଦେଲେ ଭାରତର ନାଁ l
➡️୧୮-ପ୍ୟାରିସ୍ ପାରାଅଲିମ୍ପିକ୍ସ: ଜୁଡୋରେ କାଂସ୍ୟ ପଦକ ଜିତି ଇତିହାସ ରଚିଲେ କପିଲ ପରମାର, ଭାରତର ପଦକ ସଂଖ୍ୟା ହେଲା ୨୫ l ପାରାଅଲିମ୍ପିକ୍ସ ଏବଂ ଅଲିମ୍ପିକ୍ସ ଇତିହାସରେ ଜୁଡୋରେ ପଦକ ଜିତିବାରେ ହେଲେ ପ୍ରଥମ ଭାରତୀୟ l
➡️୧୯-ଟି-୨୦ କ୍ରିକେଟରେ ଦେଖିବାକୁ ମିଳିଲା ଏକ ବିରଳ ରେକର୍ଡ। ଚୌକା ଛକା ବର୍ଷା ହେବା ସ୍ଥାନରେ ଝଡ଼ିଲା ୱିକେଟ। ପୂରା ଟିମ ମାତ୍ର ୧୦ ରନରେ ହେଲେ ଅଲଆଉଟ l ମଙ୍ଗୋଲିଆ ନାଁରେ ଯୋଡ଼ି ହେଲା ଏପରି ଲଜାଜନକ ବିରଳ ରେକର୍ଡ।
➡️୨୦-ସେପ୍ଟେମ୍ବର ୨୯ରେ ବାଙ୍ଗାଲୋର ରେ ବସିବ BCCI ବୈଠକ, ୧୮ଟି ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା l