ସକାଳର ଖବର, ୦୭-ସେପ୍ଟେମ୍ବର-୨୦୨୪, ଶନିବାର

 ସକାଳର ଖବର, ୦୭-ସେପ୍ଟେମ୍ବର-୨୦୨୪, ଶନିବାର

ସକାଳର ଖବର, ୦୭-ସେପ୍ଟେମ୍ବର-୨୦୨୪, ଶନିବାର


➡୧-ଆଜି ବିରାଜିବେ ବିଘ୍ନ ବିନାଶକ ପ୍ରଭୁ ଗଜାନନ। ଏଥିଲାଗି ଚଳଚଞ୍ଚଳ ବିଭିନ୍ନ ଅଞ୍ଚଳ। ପୂଜାମଣ୍ଡପରେ ସାଜସଜା ସାଙ୍ଗକୁ ଭଳିକି ଭଳି ସୁଉଚ୍ଚ ତୋରଣରେ ଝଲସିବ ପେଣ୍ଡାଲ।


➡୨-ଗୁଜରାଟର ସୁରଟଠାରେ ‘ଜଳ ସଞ୍ଚୟ ଜନ ଭାଗିଦାରୀ’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l


➡୩-ଓଡ଼ିଶାରେ ପ୍ରଥମ ଥର ପାଇଁ ଆରଆଇଆର ପାୱାର୍‌ ଇଲୋଟ୍ରୋନିକ ଖୋଲିବ । ଖୋର୍ଦ୍ଧା ଇନ୍‌ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଲେ ଭୂମିପୂଜନ l


➡୪-ଦେଶରେ ଡ୍ରଗ୍ ପ୍ରତିରୋଧକ ଟିବି ପାଇଁ ଅଧିକ ପ୍ରଭାବଶାଳୀ ଏବଂ ଶୀଘ୍ର ଚିକିତ୍ସା ବିକଳ୍ପ ଭାବରେ ବିପିଏଏଲଏମ୍ ରେଜିମେନ୍ ପ୍ରବର୍ତ୍ତନକୁ କେନ୍ଦ୍ର ସରକାର ଦେଲେ ଅନୁମୋଦନ l ମାତ୍ର ୬ ମାସ ମଧ୍ୟରେ ମିଳିବ ମୁକ୍ତି l


➡୫-ଏଣିକି ଇଲେକ୍ଟ୍ରିକ୍ କାର୍ ଉଦ୍ୟୋଗରେ ପ୍ରବେଶ କରିବ ରିଲାଏନ୍ସ । ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଇଲେକ୍ଟ୍ରୋନିକ୍ କାର୍ ବଜାରରେ ଧମାଲ ମଚାଇବାକୁ ପ୍ରସ୍ତୁତି କଲା ଆରମ୍ଭ l


➡୬-ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ। ଏଥିପାଇଁ ତହସିଲ, ବ୍ଲକ୍ ଓ ଥାନା ସ୍ତରରେ ସରକାରୀ ଅଧିକାରୀଙ୍କୁ ନେଇ କମିଟି ଗଠନ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର l


➡୭-ଓଡ଼ିଆ ସିନେମାର ପିଛା ଛାଡୁନି କଳି । ଚଳଚିତ୍ର ଆଇ ଲଭ ୟୁ-୨ ରିଲିଜ ପୂର୍ବରୁ ଅଭିନେତା ଅନୁଭବ ମହାନ୍ତି ଓ ପ୍ରଯୋଜକ ଟୁଟୁ ନାୟକ ହେଲେ ମୁହାଁମୁହିଁ l


➡୮-ଓଡ଼ିଶାରେ ବାର୍ଡ ଫ୍ଲୁ ପରେ ପଶ୍ଚିମବଙ୍ଗ ସୀମାରେ ଅଟକିଲା ଓଡିଶାର କୁକୁଡା ଓ ଅଣ୍ଡା ଟ୍ରକ । ସଂକ୍ରମଣ ଆଶଂକାରେ ପ୍ରବେଶ ପାଇଁ ଅନୁମତି ଦେଲେ ନାହିଁ ଦିଦି l ୩୦ରୁ ଅଧିକ କକୁଡା ଗାଡି ଫେରି ଯାଇଥିବା ବେଳେ ୮୦ରୁ ଅଧିକ ଅଣ୍ଡା ଗାଡ଼ି ଅଟକି ଥିବା ଦେଖିବାକୁ ମିଳିଛି।


➡୯-ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର l କହିଲେ ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ କାଢ଼ି ଦିଆଯିବ ବୋଲି ଧମକ ଦିଆଯାଇଥିଲା। 


➡୧୦-ସ୍ୟାଡ ଲେଟର୍ସ ଅଫ ଆନ୍‌ ଇମାଜିନାରୀ ଓମ୍ୟାନ୍‌ ରଚିଲା ଇତିହାସ l ବୁସାନ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ବିଆଇଏଫଏଫ୍‌)ର ୨୯ତମ ସଂସ୍କରଣରେ ଚଳିତ ବର୍ଷ ଅକ୍ଟୋବରରେ ପ୍ରିମିୟର ହେବାକୁ ଯାଉଛି l


➡୧୧-ଭାରତରେ ଖୁବ୍ ଶୀଘ୍ର ଆସୁଛି ଏକ ନୂଆ ଆଖି ଡ୍ରପ୍ । ଏଣିକି ଲୋକଙ୍କୁ ଆଉ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ । ଖାସ୍ କରି ଚଷମା ପିନ୍ଧୁଥିବା ଲୋକଙ୍କ ପାଇଁ ଏହି ଆଖି ଡ୍ରପ୍ ବିକଶିତ କରାଯାଇଛି । ଦାବି କରାଯାଇଛି ଯେ ଏହି ଡ୍ରପ୍ ପକାଇବା ଦ୍ୱାରା ଆଉ ଚଷମା ବ୍ୟବହାର କରିବାକୁ ପଡ଼ିବ ନାହିଁ । 


➡୧୨-ପ୍ରତିରକ୍ଷା କ୍ଷେତ୍ରରେ ପାଦେ ଆଗକୁ ବଢ଼ିଲା ଭାରତ l ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କଲା ଭାରତ । 


➡୧୩-ଭୁବନେଶ୍ୱର ସମେତ ୯ଟି ବିମାନବନ୍ଦରରେ ଆରମ୍ଭ ହେଲା ଡିଜି ଯାତ୍ରା ସୁବିଧା l


➡୧୪-ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ଅମିତ ଶାହା କଲେ ବଡ଼ ଘୋଷଣା, ବରିଷ୍ଠ ମହିଳାଙ୍କୁ ବର୍ଷକୁ ଦେବେ ୧୮ ହଜାର ଟଙ୍କା l ଆରମ୍ଭ ହେବ ‘ମା ସମ୍ମାନ ଯୋଜନା’। ଉଜ୍ଜ୍ୱଳା ଯୋଜନାରେ ଦିଆଯିବ ୨ଟି ସିଲିଣ୍ଡର l ଜମ୍ମୁ-କଶ୍ମୀରରେ ଆରମ୍ଭ ହେବ ମେଟ୍ରୋ ପ୍ରକଳ୍ପ l


➡୧୫-ଏଣିକି ସମୁଦ୍ର ନିକଟବର୍ତ୍ତୀ ସହରରକୁ ବୁଡିବାରୁ ରୋକିବ ଏକ ରୋବୋଟ୍‌ । ଯାହାକୁ ପ୍ରସ୍ତୁତ କରିଲା ନାସା । ବୈଜ୍ଞାନିକମାନେ ସ୍ୱୟଂଚାଳିତ ଅଣ୍ଡରୱାଟର୍‌ ରୋବୋ ପ୍ରସ୍ତୁତ କରୁଛନ୍ତି, ଯାହା ମନୁଷ୍ୟ ପାଇଁ ଅପହଞ୍ଚ ସମସ୍ତ ସ୍ଥାନକୁ ଯିବାରେ ସକ୍ଷମ । ଆଣ୍ଟାର୍କଟିକାର ବିଶାଳ ବରଫ ପ୍ରାଚୀର ଗଭୀରରେ ଏହା ପହଞ୍ଚିବ ।  


➡୧୬-ବାତ୍ୟା ‘ଆସନା’ ପରେ ଏବେ ଗର୍ଜନ କରି ତୀବ୍ର ଗତିରେ ଅଗ୍ରସର ହେଉଛି ବାତ୍ୟା ୟାଗି l ଚୀନ ପାଣିପାଗ ବିଜ୍ଞାନୀଙ୍କ କହିବା ହିସାବରେ, ଏହା ଶକ୍ତିଶାଳୀ ଝଡର ରୂପ ନେଇସାରିଲାଣି । ୨୦୨୪ ର ବିଶ୍ୱର ଏ ହେଉଛି ଦ୍ୱିତୀୟ ଭୟଙ୍କର ଘୂର୍ଣ୍ଣିଝଡ । ଏହାପ୍ରଭାବରେ ଘଣ୍ଟା ପ୍ରତି ୨୩୦ କି.ମି ବେଗରେ ବହୁଛି ପବନ ।


➡୧୭-ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ଟିକସ ହେରଫେର ଅଭିଯୋଗରେ ହେଲେ ଦୋଷୀ ସାବ୍ୟସ୍ତ l


➡୧୮- ଇରଫାନ୍ ପଠାନଙ୍କ ନେତୃତ୍ୱରେ ଗଠନ ହେଲା ‘କୋଣାର୍କ ସୂର୍ଯ୍ୟସ’, ଓଡ଼ିଶା କ୍ରିକେଟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେବାକୁ ରହିଲା ଲକ୍ଷ୍ୟ l


➡୧୯-ଫ୍ରାନ୍‌ସର ଲିଓନ୍‌ଠାରେ ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ସ୍କିଲ୍‌ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l


➡୨୦-ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ବିଜୟୀ ହରବିନ୍ଦର ସିଂହ ଏବଂ ୨ଟି ପଦକ ହାସଲ କରିଥିବା ପ୍ରଥମ ମହିଳା ଧାବିକା ପ୍ରୀତି ପାଲଙ୍କୁ ପାରା ଅଲିମ୍ପିକ୍ସ-୨୦୨୪ର ସମାପନ ସମାରୋହରେ ଭାରତର ଧ୍ୱଜାବାହକ ଭାବରେ କରାଗଲା ଚୟନ l


➡ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ Comment ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll


🔅ଆଜି ଗଣେଶ ଚତୁର୍ଥୀ ll

🔅ଆଜି ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ll

🔅ଆଜି ବିଶ୍ୱ କ୍ଷମା ଦିବସ ll

🔅ଆଜି ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନ୍ ଦିବସ ll

🔅ଆଜି ବ୍ରାଜିଲ ସ୍ୱାଧୀନତା ଦିବସ ll

🔅ଆଜି ଜାତୀୟ ରୋଗୀ କୃତଜ୍ଞ ଦିବସ ll

🔅ଆଜି ଜାତୀୟ ପ୍ରେମ ଦିବସ ll

🔅ଆଜି ଜାତୀୟ ବିୟର ପ୍ରେମୀ ଦିବସ ll

🔅ଆଜି ମାଉସୀ ଦିବସ ll

🔅ଆଜି ନୀଳ ଆକାଶ ପାଇଁ ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ll

🔅ଆଜି ଜାତୀୟ ବିପଦପୂର୍ଣ୍ଣ ପ୍ରଜାତି ଦିବସ ll


Tags

Post a Comment

0 Comments