ଖବର ଆଜିର, ୧୦ ସେପ୍ଟେମ୍ବର, ମଙ୍ଗଳବାର
ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୁଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା
ଯୁକ୍ତ୨ ପରୀକ୍ଷା ୨୦୨୫ ପାଇଁ ପ୍ରସ୍ତୁତି, ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଯିବ
କଟକ: ଏସସିବି ମେଡିକାଲ କଲେଜରେ ଡାକ୍ତରମାନେ ଯକୃତ ପ୍ରତିରୋପଣ ସଫଳ କଲେ
ବଢିଲା ମଙ୍କିପକ୍ସ ସଂକ୍ରମଣ ଭୟ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି, ସ୍କ୍ରିନିଂ ଓ କଣ୍ଟାକ୍ଟ ଟ୍ରେସିଂ ପରାମର୍ଶ
ଯୁକ୍ତ ଦୁଇ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ: ୧୨ରୁ ଦିଗ୍ଦର୍ଶନ କାର୍ଯ୍ୟକ୍ରମ, ୧୭ରୁ ଅନ୍ଲାଇନ୍ ପାଠପଢ଼ା
ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଆଜି ସ୍କୁଲ ଛୁଟି ଘୋଷଣା, ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ
ଭୁବନେଶ୍ୱର: ରାସ୍ତା କଡ ଉଠାଦୋକାନୀ ବିଏମସିକୁ ଭଡା ଦେବେ। ୪୪ ଭେଣ୍ଡଂ ଜୋନ୍କୁ ଅସ୍ଥାୟୀ ଅନୁମତି, ସୂଚନା ଦେଲେ ପ୍ରୀତିନନ୍ଦା ରାଉତରାୟ
ଭୁବନେଶ୍ୱର: ମେଟ୍ରୋ ରେଳ ପାଇଁ ବାରଙ୍ଗରେ ମାଟି ପରୀକ୍ଷା, ଖୁବ୍ଶୀଘ୍ର ଆରମ୍ଭ ହେବ ପିଲର ନିର୍ମାଣ
କୋରାପୁଟରେ ରେକର୍ଡ ୯୨୫.୨ ମିମି ବର୍ଷା, ମାଛକୁଣ୍ଡ ପାୱାର ହାଉସରେ ପଶିଲା ପାଣି, ସମ୍ପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଗଲା
ଓଡ଼ିଆ ପର୍ବତ ଆରୋହୀ ଝିଅ ଅନିତା ଆରୋହଣ କଲେ ମାଉଣ୍ଟ କାଙ୍ଗ ୟାତସେ, ଡୋଜୋ ଜଙ୍ଗୋ
ପୁରୀ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ରାଜଧାନୀ କରିବା ସ୍ୱପ୍ନ ଅଟକିଲା। ବେଳାଭୂମି, ଅଠରନଳାଠାରୁ ବଳିଆପଣ୍ଡା ସବୁଠି କାମ ଠପ। ଅବଢ଼ା ଯୋଜନା ବନ୍ଦ ହେବା ଉପରେ।
ନବରଙ୍ଗପୁର: ଝରିଗାଁ ରେ ଝାଡ଼ାବାନ୍ତି ଥମୁନି, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ବାଲେଶ୍ଵର: ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
କଟକ: ନରସିଂହପୁରରେ ମହାନଦୀରେ ଭାସି ଯାଉଥିବା ବେଳେ ଉଦ୍ଧାର ହେଲେ ମହିଳା ଏବଂ ଯୁବତୀ
ମାଲକାନଗିରି: କାଲିମେଳାରେ ବନ୍ୟା ପରିସ୍ଥିତି, ଉଦ୍ଧାର ହେଲେ ଏମପିଭି-୧୬ ଗ୍ରାମର ୩୫ ପରିବାର
ବାଲେଶ୍ଵର: କମର୍ଦ୍ଦାରେ ସୁଭଦ୍ରା ଟଙ୍କା ଆବେଦନ ପାଇଁ ଆସୁଥିବା ମହିଳାଙ୍କ ଦୁର୍ଘଟଣାରେ ମୃତ୍ୟୁ
ଯାଜପୁର: ଗାତ ଖୋଳୁଥିବା ବେଳେ ଧସିଲା ମାଟି ଅତଡା । ମାଟି ତଳେ ଚାପି ହୋଇ ରହି ଯାଇଥିଲେ ୨ ଜଣ ଶ୍ରମିକ
ଭୁବନେଶ୍ୱର: ସମେଇଗାଡିଆ ଗଣେଶ ମଣ୍ଡପରେ ଖଣ୍ଡା ବୁଲାଇବା ଘଟଣାରେ ତିନି ଜଣ ଗିରଫ
ନୟାଗଡ଼: ଫତେଗଡ଼ ଭଗବାନପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ କିଛି ଦୃବୃତ୍ତ
ବୌଦ୍ଧ: ତିକରପଡାରେ ସାପ କାମୁଡ଼ାରେ ୩ ନାବାଳିକା ଝିଅ ମୃତ, ବାପା ଗୁରୁତର
ମାଲକାନଗିରି: ଜୋତା ଦୋକାନୀଙ୍କ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜୋତା ଜଳି ପୋଡି ପାଉଁଶ
କଟକ: ବାରପଥରରେ ସାମାନ୍ୟ କଥାକୁ ନେଇ ଦଙ୍ଗା ପରିସ୍ଥିତି, ୨ ଗୋଷ୍ଠୀ ମଧ୍ୟରେ ପଥରମାଡ଼
ରାଜଧାନୀରେ ଘର ଭଡ଼ା ଖୋଜୁଥିଲେ ସାବଧାନ, ପରଘରେ ଟୁ ଲେଟ୍ ମାରି ଟଙ୍କା ନେଇଗଲା ନକଲି ଦଲାଲ
କଟକ: ଭଡ଼ା ଘରୁ ଆଇନ ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ନୂଆଦିଲ୍ଲୀ ଓଡ଼ିଶା ଭବନ ବିପଦସଙ୍କୁଳ: ଭାଙ୍ଗିବ ପୂର୍ତ୍ତ ବିଭାଗ, ଘୋଷଣା କଲା ଗୃହ ବିଭାଗ
ଜିଏସଟି: ୨୦୦୦ ଟଙ୍କାରୁ କମ୍ କ୍ରେଡିଟ୍, ଡେବିଟ୍ କାର୍ଡ କାରବାର ଉପରେ ଆଦାୟ ହେଉଥିବା ମର୍ଚ୍ଚାଣ୍ଟ ଫି ଉପରେ ୧୮℅ ଲାଗିବ
ଦେଶରେ ଇଲେକ୍ଟ୍ରିକ୍ ଗାଡି ଚାହିଦା ବଢିବାରେ ଲାଗିଛି । ଆଗାମୀ ୨ବର୍ଷରେ ଶସ୍ତା ହେବ ଇଲେକ୍ଟ୍ରିକ୍ କାର୍।
ହରିୟାଣା: କଂଗ୍ରେସ ସହ ଆସନ ବୁଝାମଣା ଫେଲ୍ ! ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଜାରି କଲା ଆପ୍
ଭାରତରେ ଠାବ ମଙ୍କିପକ୍ସ ଆକ୍ରାନ୍ତ ଯୁବକ ଜଣକ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ।
ଚିନ୍ତା ଘାରିଲାଣି ନୂଆ ଭାଇରସ୍ 'ୱେଟଲାଣ୍ଡ', ସିଧାସଳଖ ବ୍ରେନ୍ ଉପରେ କରିବ ଆକ୍ରମଣ
ସୁଦାନରେ ୧୬ ମାସରୁ ଅଧିକ ସମୟ ଚାଲିଛି ଯୁଦ୍ଧ। ଏ ପର୍ଯ୍ୟନ୍ତ ୨୦ ହଜାର ଲୋକ ପ୍ରାଣ ହରାଇଲେଣି
ଆଜି ବିଶ୍ଵ ଆତ୍ମହତ୍ୟା ନିରାକରଣ ଦିବସ
ଆଜି ଜନ୍ମଦିନ: ଗୋବିନ୍ଦ ବଲ୍ଲଭ ପନ୍ଥ (ୟୁପିର ପ୍ରଥମ ମୁଖ୍ୟମନ୍ତ୍ରୀ), ଅନୁରାଗ କଶ୍ୟପ, କୁମକୁମ ମହାନ୍ତି
ଆଜି ତିରୋଧାନ: ବାଘା ଯତୀନ
ଇତିହାସରେ ଆଜି: (୧୯୩୫) ଡୁନ ସ୍କୁଲ ପ୍ରତିଷ୍ଠା/ (୨୦୧୫) ଜାପାନ ବନ୍ୟାରେ ଲକ୍ଷେ ଲୋକ ବାସହରା